ମନରେ ଲାଗେନା ବୟସ ଦାଗ Manare lagena bayasa daga

ଚଗଲା ମନକୁ କହିଲି ଯେବେ ମୁଁ
ଚାଲରେ ବାବୁ ମୋ ହାତକୁ ଧର
ବସିଯାଆ ନାହିଁ ଏମିତି ଏଇଠି
ଯିବାକୁ ଅଛି ଯେ ବହୁତ ଦୂର ।

ଗାଡି ଗଡିଯାଏ କଚ୍ଚା ସଡକରେ
ଉଡିଯାଏ କେତେ ନାଲିଆ ଧୂଳି
ମୁହଁ ପୋଛି ଦେଲେ ଦାଗ ଲିଭେ ସିନା
ଦେହରେ ଲାଗିକି ରହିଯେ ମଳି ।

ପଥ ତ ବଦଳେ ଘଡି ଘଡିକରେ
କେବେ ମାଟିକାଦୁ କେବେ ସରଳ
ଚକ ଗଡିଚାଲେ ଅଟକେନି କେବେ
ସରି ସରି ଯାଏ ରଥର ବଳ ।

ମନ ରହିଯାଏ ସେଇ ଗାଆଁ ଦାଣ୍ଡେ
ବଣ ଲତା ଆଉ ଝରଣା କୂଳେ,
କେବେ ଧାଇଁ ବୁଲେ ପ୍ରଜାପତି ପଛେ
କେବେ ଖେଳେ ସାଙ୍ଗ ସାଥିଙ୍କ ମେଳେ ।

କେବେ ପ୍ରଜାପତି ପଛରେ ଗୋଡାଏ
କେବେ ପ୍ରଜାପତି ନିଜେ ତ ସାଜେ
କେବେ ମନେ ମନେ ପ୍ରେମ କରିବସେ
ଗୋଲାପର କଣ୍ଟା ହାତରେ ବାଜେ ।

କେବେ ତୋଳିନିଏ ନାଲିଆ ଗୋଲାପ
ସାଜେ ଦବଦାସ ବଢାଏ ଦାଢି,
କେବେ ନଇକୂଳେ ବଇଁଶି ବଜାଏ
କେବେ ଖୋଜୁଥାଏ ମଲ୍ଲିକା କଢି ।

କେବେ ପିଲାଦିନ ଖେଳେ ମାତିଥାଏ
ପର ବଗିଚାରୁ ପିଜୁଳି ତୋଳେ ।
ବୟସ ସାଥିରେ ମନ ଚାଲେନାହିଁ
ରହିଯାଏ ସଦା ପଛୁଆ ଚାଲେ ।

ରୁତୁ ଚାଲି ଯାଏ ବରଷ ବଦଳେ
ବଦଳେ ମଣିଷ ଜୀବନ ରଙ୍ଗ,
ମନ ରହିଯାଏ କୋମଳ ବୟସେ
ଲାଗେନା ତାଦେହେ ବୟସ ଦାଗ ।

***05/06/2018***

Advertisements

One thought on “ମନରେ ଲାଗେନା ବୟସ ଦାଗ Manare lagena bayasa daga

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

w

Connecting to %s