କୁମ୍ଭାର ଚକ Kumhar Chaka

ଜୀବନଟା ତ ଠିକ୍ ଠାକ୍ ଥିଲା
ଯାହାବି ଥିଲା ଯେମିତି ଥିଲା
ସବୁ ଠିକ୍ ଥିଲା,
ହସିଖେଳି ଦିନ କଟୁଥିଲା,
ବଦଳିବା କଣ ଦରକାର ଥିଲା ।
କେବେ ତ ଟାହିଁନଥିଲି
ଉଚ୍ଚା ଉଚ୍ଚା ଅଟ୍ଟାଳିକା ଅବା
ରାଜଉଆସର ମଖମଲି ଶେଜ,
ଇଚ୍ଛା ବି ନଥିଲା କେବେ
ଡେଣାଝାଡି ମାପିବାକୁ ଅନନ୍ତ ଗଗନ ।
ଯେମିତି ଥିଲି, ଶାନ୍ତିରେ ତ ଥିଲି
ଖୁବ୍ ଭଲଥିଲି,
ଜୀବନର ପ୍ରତିଟି ମୁହୁର୍ତ୍ତ
ପ୍ରାଣଭରି ଜୀଉଁଥିଲି ।
ହେଲେ ସବୁକିଛି ବଦଳିଗଲା
କାହାର ପଦିଏ କଥାରେ,
କଥା ପଦେ ବର୍ଚ୍ଛାପରି ଭେଦିଗଲା ପ୍ରାଣ
ଦମକାଏ ପବନରେ ଉଜୁଡିଗଲା
ପବନରେ ଝୁଲୁଝୁଲୁ ନିଆ ଲାଗିଗଲା
ମୋର ବାଇଆ ବସାରେ !

କେହି କେବେ ବଦଳିବା ଚାହେଁନି,
ଆପଣାର ଖୁସି ଖେଜିନିଏ
ନିଜ ଜୀବନର ଅନାବନା ସମ୍ପର୍କରୁ
ଯେମିତିବି ଥାଏ ଖୁସିଥାଏ,
ଦୁଃଖର ପଙ୍କରେ ପଦୁଅଁ ଫୁଟାଇ ନିଏ ।
ହେଲେ ସମୟର ଦମକାଏ ହେମାଳ ପବନ
କେବେ ବତୀ ଲିଭାଇ ଦିଏ
କେବେ ପୁଣି ତେଜିଦିଏ
କାମନାର ଲେଲିହାନ ଶିଖା ।
ରାଜପୁତ୍ର ପ୍ରସାଦ ଛାଡେ ବୁଦ୍ଧତ୍ୱ ସନ୍ଧାନେ,
କେବେ ଘଟଣା ରତ୍ନାକର ଗଢେ
କେବେ ରତ୍ନାକର ବାଲ୍ମିକୀ ପାଲଟିଯାଏ,
କେବେ ଅବା ନିଷ୍ଠୁର
ଚଣ୍ଡାଶୋକ ହାତରୁ ଖଡ୍ଗ ଖସିଯାଏ ।
ପରିସ୍ଥିତି ଗଢେ, କେବେ ଯୋଡେ
ଆଉକେବେ ଭାଙ୍ଗିଯାଏ ମନ୍ଦିର ଶିରୀ
ନୀରିହ ମଣଷକୁ କଳାପାହାଡ କରିଦିଏ

***15/05/2015***

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s