ଆକାଶ Akaash

ଆକାଶକୁ ଚାହିଁଲି,
ବିସ୍ତାରୀତ ନିଳାଭ ଅନନ୍ତ ଗଗନ,
ତାର ନିଜର ବୋଲି କିଛି ତ ନଥିଲା,
ନା ଥିଲା ନିଜସ୍ୱ ରଙ୍ଗ,
ନା ନିଜର ଆକାର
କିଛିବି ତ ନଥିଲା ସେଇଠି,
ସମସ୍ତ ନିଶ୍ୱତାର ସତ୍ତ୍ୱେ
କେତେ ବିଶାଳ ଥିଲା ଆକାଶ
ବିଶାଳ ତ କମ୍ ପଡେ ମାପିବାକୁ
ଅନ୍ତହୀନ ସେ ଅନନ୍ତ ଥିଲା ।

ଆକାଶର ଉଲଗ୍ନ ଶରୀରେ
ମହାଶୂନ୍ୟ ଢାଙ୍କିଦେଲା
ତାର ନିଲାଭ ଚାଦର,
ପ୍ରତି ପ୍ରଭାତ ପ୍ରଦୋଷେ
ସୂର୍ଯ୍ୟ ବୋଳିଦିଏ ପ୍ରେମର ନାଲିମା ।
ଦିବସର ଭାନୁ ବିଞ୍ଚିଯାଏ ପ୍ରାଣଦାୟୀ ଉଷ୍ମତା,
ଶିତଳତା ଭରିବାକୁ ପ୍ରାଣୀ ହୃଦୟରେ
ଜୋତ୍ସ୍ନା ବିଛାଡିଯାଏ ରାତ୍ରୀର ଚନ୍ଦ୍ରମା ।
ବର୍ଷା ଆସେ, ଆକାଶର ଅଗଣାରେ
ତାର ରଙ୍ଗୋଲି ଆଙ୍କିଦିଏ ବାଦଳ ସଜାଇ,
ବାରୀଦ ଶିତଳାଇ ଦିଏ ଆକାଶର ଛାତି,
ବର୍ଷିଯାଏ ବୁନ୍ଦା ବୁନ୍ଦା କେତେ ଜଳ
ଆକାଶର ଅଗଣାରେ ।
ଆଙ୍କିଦିଏ ଇନ୍ଦ୍ରଧନୁ ଆକାଶର
ଖାଲି ଚାଦରରେ ।

ହେଲେ, ଆକାଶ ତ ମହାଦାନୀ
ରଖେନାହିଁ କିଛି ବି ସାଇତି
ନା ସୂର୍ଯ୍ୟର ଉଷ୍ମତା, ନା ଚାନ୍ଦର ଜୋଛନା
ନା ବାଦଲ ନା ବାରୀ
ସବୁ କିଛି ବାଣ୍ଟି ଦିଏ ସତେ ଅବା
ନିର୍ଲୋଭି ନିର୍ମୟା ନିର୍ଲିପ୍ତ ଯୋଗୀଟିଏ ।
ବିଶାଳତା ବଡକଥା ନୁହେଁ,
ବିଶାଳ ହୃଦୟ ହିଁ ଜଗତରେ ସାର,
ଆକାଶକୁ ଦେଖ, ତାଠାରୁ ଶିଖ,
ସବୁଠାରୁ ବିଶାଳ ଆଉ ସବୁରି ଉର୍ଦ୍ଧରେ ଥାଇ
କେତେ ଦୟାବାନ ନିର୍ଲିପ୍ତ ଅମ୍ବର !

***02/04/2018***

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s