ଭାଇ କହିଲେ ଚଢି ଯା,
ଏଇଟା ଲାଷ୍ଟ ଟ୍ରେନ, ଆଉ ମିଳିବନି
ପେଲିଦେଲେ ଜନ ସମୁଦ୍ରକୁ ।
ଖୁନ୍ଦାଖୁନ୍ଦି ଭିଡ, ଶୋରିଷ ବୁଣିଲେ
ଗୋଟିଏ ବି ଭୂମିଷ୍ଟ ହେବନାହିଁ ।
ସହଯାତ୍ରୀଙ୍କ ମୁହଁକୁ ଚାହିଁଲି,
କହିଲି ଭାଇ, ପାଦ ରଖିବାକୁ
ଜାଗା ଟିକେ ଦେବେ !
ଚମକି ଚାହିଁଲେ ଯାତ୍ରୀ,
ସତେ ଅବା ମହାଦାନୀ ବାଳୀଙ୍କୁ
ବାମନ କି ମାଗିଦେଲେ,
ତୃତୀୟ ପାଦ ପାଇଁ ଛଅ ଇଞ୍ଚ ଭୂମୀ !
ଯାତ୍ରୀ କହିଲେ ବନ୍ଧୁ, ଆଜିର ଏ ଦୁନିଆରେ
ବିନା ସ୍ୱାର୍ଥେ କେହି କିଛି ଦିଏନା କାହାକୁ !
ଏଠି ମୃତ୍ୟୁ ମାଗିଲେ ବି ପଚାରିବେ
ସେଥିରେ କି ଲାଭ ହେବ ମୋର ?
‘ନିଜ ପାଇଁ ଜାଗା’ ଏଠି
ନିଜେ ହିଁ ତିଆରି କର, ଅଥବା
ଅପେକ୍ଷା କର ‘ନିଜ ପାଳି’ ପାଇଁ,
ଅନନ୍ତକାଳ ଯାଏ ।
ଏଠି ଆଗକୁ ଯିବାକୁ ହେଲେ,
ଅନ୍ୟକୁ ପଛକୁ କରି ଧସେଇ ପଶିବାକୁ ହୁଏ,
ଉପରକୁ ଉଠିବାକୁ ହେଲେ
ଅନ୍ୟର କାନ୍ଧେ ଚଢିଯାଅ,
ନହେଲେ ନିଜ କାନ୍ଧ କେହି ସ୍ୱାର୍ଥୀ ପାଇଁ
ସହର୍ସେ ପତେଇ ଦିଅ ।
ଯଦି କେହି ଆଗେ ବଢିବାକୁ ଚେଷ୍ଟାକରେ,
ଗୋଡ ଟାଣି ତାକୁ ପଛେ କରି ନିଅ ।
ଏଠି ବଡହେବାକୁ ବଡକାମ କରିବାକୁ ହୁଏନା,
ଅନ୍ୟର ଚେର କାଟି ଦିଅ, ଆପେ ବିରାଟ ଦିଶିବ ।

ମନେ ମନେ ଭାବୁଥିଲି,
କାହିଁ ଗଲା ସେ ସମ୍ବେଦନାର ହୃଦୟ ?
ଭେଜାଲ ଖାଇ ଖାଇ ଶୁଖିଗଲା ଅବା
ସରସ ହୃଦୟ ସବୁ, ଭୂଲିଗଲା
“ମୋ ଜୀବନ ପଛେ ନର୍କେ ପଡିଥାଉ,
ଜଗତ ଉଦ୍ଧାର ହେଉ”ର ସେ ବାଣୀ ।
ଏଠି ସମସ୍ତଙ୍କୁ ‘ନିଜ ଚିନ୍ତା ନିଜକୁ ବଳୁଛି’,
ଅନ୍ୟ ପାଇଁ ଆସିବ କେଉଁଠୁ ?
ବିଚିତ୍ର ଏ ଆଜିର ଦୁନିଆ,
ଭାବୁଥିଲି ଏଇଠି ଓହ୍ଲେଇ ଯିବି, ଅବା
ଏହି ସ୍ୱାର୍ଥପର ଦୁନିଆ ଭିଡରେ,
ନିଜକୁ ମିଶାଇ ନେବି?

****03/01/2018****

Advertisements

One thought on “ଆପେ ବଞ୍ଚିଲେ ବାପର ନାଆଁ Ape Banchile Bapara Naa

  1. ଅତ୍ୟନ୍ତ ଦୁଃଖଦ ଓ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

    Like

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s